ସତ୍ୟଶିଖା (ଭୁବନେଶ୍ୱର) ୦୬/୦୧/୨୦୨୧ : ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ‘କଟନ୍ ଫାବ୍’ ରାଜଧାନୀବାସୀଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି । କଟନ୍ ଓ ସିଲ୍କ କପଡ଼ାରେ ପାରମ୍ପରିକ କାରିଗରି ସହ ଆଧୁନିକତାର ସ୍ପର୍ଶ ବିବାହ ଋତୁ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି । ଲକ୍ଷ୍ନୌର ପ୍ରସିଦ୍ଧ ‘ଆୱଧ କାରିଗରି’ ଆକର୍ଷଣୀୟ ଚିକନକରୀ ଶାଢ଼ି, କୁର୍ତା, ଓଢ଼ଣି ଓ ଟପ୍ସରେ ଦେଖିବାରୁ ମିଳୁଛି । ପାରମ୍ପରିକ ସୁନେଲି ବର୍ଡର୍ ସହ ପତଳା ଚନ୍ଦେରୀ, ମଙ୍ଗଲଗିରି ଓ କଲମକରିର ଅଦ୍ଭୂତ ସ୍ପର୍ଶ ସହ ମଧ୍ୟପ୍ରଦେଶର ଚନ୍ଦେରୀ କାରିଗରି ଓ ପଶ୍ଚିମବଙ୍ଗର ମୁସ୍ଲିନ୍ ଆଦି ପ୍ରଦର୍ଶନୀରେ ଉପଲବ୍ଧ ହେଉଛି, ଯାହାକି ୨ ହଜାର ବର୍ଷ ଧରି ଭାରତୀୟ ବସ୍ତ୍ରଶିଳ୍ପକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଆସିଛି ।
ଆକର୍ଷଣ ପାଲଟିଛି ‘କଟନ ଫାବ୍’ ପ୍ରଦର୍ଶନୀ
