ଆଜିଠାରୁ ଆରମ୍ଭ ବିଧାନସଭା ମୌସୁମୀ ଅଧିବେଶନ l

ସତ୍ୟଶିକ୍ଷା (ଭୁବନେଶ୍ୱର) ୨୯.୦୯.୨୦୨୦ : ଆଜିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏଥିପାଇଁ କମିସନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ଅଫିସର ଓ ୨୫ ପ୍ଲାଟୁନ୍‌ଫୋର୍ସ ନିୟୋଜିତ ହୋଇଛନ୍ତି । ୩ଟି ଫାଟକର ସୁରକ୍ଷା ବ୍ୟବସ୍ଥା କମିସନରେଟ୍ ପୋଲିସ ହାତରେ ରହିଥିବା ବେଳେ ବିଧାନସଭା ଭିତରର ସୁରକ୍ଷା ଗୁଇନ୍ଦା ବିଭାଗ ହାତରେ ରହିଛି । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ-ଅଫ-ଅନର୍ ଦିଆଯିବ ।ଏଣୁ ଏହି ବ୍ୟବସ୍ଥା ଯେଭଳି ଶୃଙ୍ଖଳାର ସହ ସଂପନ୍ନ ହେବ, ସେଥିପାଇଁ ପୂର୍ବରୁ ଏହାର ରିହର୍ସାଲ କରାଯାଇଥିଲା । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ । ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ । ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । କାଲି ସକାଳ ୮ଟାରୁ ଆରମ୍ଭ ହେବ କୋଭିଡ୍ ପରୀକ୍ଷା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

Exit mobile version