ପ୍ରତିଦିନ ସାନିଟାଇଜ ହେବ ବିଧାନସଭା : ବାଚସ୍ପତି

ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି । ଆସନ୍ତା ୧୮ରୁ ବିଧାନସଭା ବଜେଟ୍ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚଳିତଥର ପ୍ରଶ୍ନକାଳ ରହିବ । ଏଥର ୩୧ ଦିନିଆ କାର୍ଯ୍ୟ ଦିବସ ରହିଥିବାବେଳେ ୨୨ରେ ବଜେଟ ଉପସ୍ଥାପନ କରାଯିବ ଏବଂ ୨୫ରେ ଆଲୋଚନା ହେବ । ବିଧାନସଭାରେ କୋଭିଡ୍‌ କଟକଣା ରହିବ । କିନ୍ତୁ କିଛି ନିୟମ କୋହଳ ହେବ । ବିଧାନସଭା ଯିବା ପୂର୍ବରୁ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ଯେଉଁମାନଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବ ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେବ । ବିଧାୟକ କିମ୍ବା ମନ୍ତ୍ରୀ ଚାହିଁଲେ ଭିଡିଓ କନ୍‌ଫରେନ୍‌ସିଂରେ ନିଜ ଅଫିସ୍‌ରୁ ଉପସ୍ଥିତ ରହିପାରିବେ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।

Exit mobile version