ସତ୍ୟଶିଖା( ଭୁବନେଶ୍ୱର)୧୩ .୦୭ . ୨୦୨୨: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ସରଗରମ ରହିପାରେ ବିଧାନସଭାର ମୌସୁମୀ ଅଧିବେଶନ । କାରଣ ବିରୋଧି ଉଠାଇ ପାରନ୍ତି ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ।
ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ପୁଲିସ ବଳପୂର୍ବକ ଉଠାଇ ଦେବା ଘଟଣାକୁ ରାଜ୍ୟ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।ଏନେଇ ସେ କହିଛନ୍ତି, ରୁଚିକାଙ୍କ ମା’ଙ୍କୁ ପୁଲିସର ଅମାନୁଷିକ ବ୍ୟବହାର ଖୁବ୍ ଦୁଃଖଦାୟକ । ପୁଲିସ ତାଙ୍କୁ ବୁଝାଇ ପାରିଥାନ୍ତା କିମ୍ବା ଅତି ବେଶିରେ ନୋଟିସ୍ କରିପାରିଥାନ୍ତା । ମାତ୍ର ତାଙ୍କ ମା’ଙ୍କୁ ବଳପୂର୍ବକ ଉଠାଇ ନେବାର କି ଆବଶ୍ୟକତା ଥିଲା ତାହା ବୁଝାପଡ଼ୁନି । ମାନବିକ ଅଧିକାର କ୍ଷୂର୍ଣ୍ଣ କରିଛି ପୁଲିସ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି ସେ କହିଛନ୍ତି ।
ଏହାବାଦ ଆସନ୍ତା ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା । ଏଥିନିମନ୍ତେ ବିଭାଗଓ୍ୱାରି ଡିମାଣ୍ଡ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ ପାରିତ ହେବ । ଆସନ୍ତା ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।
ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ସବୁ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ।
ସମ୍ବନ୍ଧିତ ଖବର
-
ଶେଷରେ ମିଳିଗଲା ଲସ୍କର-ଏ-ତୋଇବାର ପ୍ରତିଷ୍ଠାତାଙ୍କ ପତ୍ତା । -
ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା । -
ଏପ୍ରିଲ ପହିଲା ରୁ ବଢିବା ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି। -
ଆଜି ପବିତ୍ର ଅକ୍ଷୟ ତୃତୀୟା। -
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସରକାର ଭୟଭୀତ। -
OSRTC ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ l -
ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା। -
ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍ l -
ଆଜି ଜାତୀୟ ପଞ୍ଚାୟତିରାଜ ଦିବସ -
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ।