ସତ୍ୟଶିଖା(ଭୁବନେଶ୍ୱର) ୦୫ .୦୭.୨୦୨୧: ଆସନ୍ତା ସେପ୍ଟେମ୍ବରରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ବସିବ । ତାରିଖ ଘୋଷଣାର ପୂର୍ବ ଦୁଇ ସପ୍ତାହ ଭିତରେ ବିଧାୟକମାନେ ଡବଲ୍ ଡୋଜ୍ ଟିକା ନେବା ଜରୁରୀ । ନହେଲେ ବିଧାନସଭାକୁ ପ୍ରବେଶକୁ ବାରଣ କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ ମୌସୁମୀ ଅଧିବେଶନ ଜୁଲାଇରେ ବସିବା ସମ୍ଭବ ନୁହେଁ ତାହା ସେପ୍ଟେମ୍ବରରେ ବସିବ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏବେ ଟିକା ନେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ଆଗାମୀ ମୌସୁମୀ ଅଧିବେଶନରେ ଗୃହ ପ୍ରବେଶ ପୂର୍ବରୁ ବିଧାୟକମାନେ ଡବଲ ଡୋଜ୍ ଟିକା ନେଇଥିବା ଜରୁରୀ । ନ ହେଲେ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେହିପରି ବିଧାନସଭାର ସବୁ କର୍ମଚାରୀ ଓ ସାମ୍ବାଦିକଙ୍କର ବି ଆରଟିପିସିଆର ଟେଷ୍ଟ ନେଗେଟିଭ ଥିଲେ ଗୃହରେ ପ୍ରବେଶ କରିପାରିବେ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି ।
ସେପ୍ଟେମ୍ବରରୁ ବିଧାନସଭା ମୌସୁମୀ ଅଧିବେଶନ
