ସରିଛି ଏସିଆ କପ୍ । ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ ।

ସତ୍ୟଶିଖା ୨୯/୦୯/୨୦୨୫: ୫ ୱିକେଟରେ ହରାଇ ନବମ ଥର ଟ୍ରଫି ଜିତିଛି ଭାରତ । ଫ୍ୟାନ୍ସଙ୍କୁ ପହଲଗାମ ହମଲାର ପ୍ରତିଶୋଧ ନେଇଛି ମେନ ଇନ୍ ବ୍ଲୁ । ଖାସ୍ କରି ଏସିଆ କପ୍‌ ଚମ୍ପିଆନ ହେବା ସହ ହୃଦୟ ଜିତିଛନ୍ତି କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ।  ଖାଲି ମ୍ୟାଚ୍ ଜିତି ନାହାଁନ୍ତି ତ ବଡ ପଣ ଦେଖାଇଛନ୍ତି କ୍ୟାପଟେନ୍ ।

ବିଜୟ ପରେ ଏସିଆ କପ ମ୍ୟାଚ୍‌ ଫି’କୁ ଭାରତୀୟ ସେନାକୁ କରିଛନ୍ତି ସମର୍ପିତ । ପହଲ୍‌ଗାମ ଆତଙ୍କବାଦୀ ହମ୍‌ଲାରେ ନିହତ ପରିବାରକୁ ଦାନ କରିଛନ୍ତି ମ୍ୟାଚ ରାଶି । ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଥିଲେ। ଭାରତୀୟ ଅଧିନାୟକ ପୂର୍ବରୁ ଏସିଆ କପ୍ ର ପ୍ରଥମ ମ୍ୟାଚ୍ ଜିତିବା ପରେ ତାଙ୍କର ମ୍ୟାଚ୍ ଫିସ୍ ସେନା ଏବଂ ପହଲଗାମ୍ ଆକ୍ରମଣରେ ସହିଦ ହୋଇଥିବା ଲୋକଙ୍କ ପରିବାରକୁ ଉତ୍ସର୍ଗ କରିଥିଲେ।  ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଏହି ଟୁର୍ଣ୍ଣାମେଣ୍ଟରୁ ମୋର ମ୍ୟାଚ୍ ଫିସ୍ ଆମର ସଶସ୍ତ୍ର ବାହିନୀ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଫାଇନାଲରେ ତିଲକ ବର୍ମା ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ସଞ୍ଜୁ ସାମସନ ଏବଂ ଶିବମ ଦୁବେଙ୍କ ସହିତ ଉପଯୋଗୀ ଭାଗୀଦାରି ଗଠନ କରିଥିଲେ । ଏହି ତିନୋଟି ଅମୂଲ୍ୟ ଇନିଂସ ଭାରତକୁ ପାକିସ୍ତାନକୁ ପରାସ୍ତ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ ଭାରତ ତାର ଦ୍ୱିତୀୟ T20I ଏସିଆ କପ୍ ଟାଇଟଲ ଏବଂ ODI ସଂସ୍କରଣ ସମେତ ସାମଗ୍ରିକ ଭାବରେ ନବମ ବିଜୟ ହାସଲ କରିଛି।

Exit mobile version