
ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୧/୨୦୨୧ : ଆହୁରି ଶକ୍ତଶାଳୀ ହେବ ଭାରତୀୟ ସେନା । ସମସ୍ତ ପ୍ରକାର ଶତ୍ରୁକୁ କାଉଣ୍ଟର୍ କରିବାକୁ ସକ୍ଷମ ହେବେ ଯବାନ । ଏବେ ଭାରତୀୟ ସେନାକୁ ଇସ୍ରାଏଲ ଠାରୁ ୬,୦୦୦ ନେଗେଭ୍ ଲାଇଟ୍ ମେସିନ୍ ଗନ୍ ମିଳିଛି । ଜାନୁଆରୀ ମଧ୍ୟଭାଗରେ ଏହି ଗନ୍ ଗୁଡିକୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ଏବେ ଜବଲପୁରରେ ଏସବୁର ଯାଞ୍ଚ ଚାଲିଛି ।ପ୍ରଥମେ ଭାରତୀୟ ସେନାର ଉତ୍ତର କମାଣ୍ଡକୁ ଏହି ଗନ୍ ମିଳିବ । ଏହି କମାଣ୍ଡକୁ ଗନ୍ର ବ୍ୟବହାର କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଭାରତ ଗତ ବର୍ଷ ଇସ୍ରାଏଲ ଠାରୁ ଏଭଳି ୧୬.୪୭୯ଟି ଗନ୍ କିଣିବା ପାଇଁ ଚୁକ୍ତି କରିଥିଲା । ଅନ୍ୟ ମେସିନ ଗନ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମିଳିବ ବୋଲି କୁହାଯାଇଛି ।