ବଜ୍ରପାତରୁ ଜୀଵନ ବଞ୍ଚାଇବ ଏହି ଆପ୍ : ୩୦ମିନିଟ୍ ପୂର୍ବରୁ ମିଳିବ ସତର୍କ ଚେତାବନୀ

ସତ୍ୟଶିଖା(ନୂଆଦିଲ୍ଲୀ) ୧୭/୭: ନିକଟରେ ଆକାଶରେ ବଜ୍ରପାତ ଯୋଗୁଁ ହଜାର ହଜାର ଲୋକ ଜୀବନ ହାରିଥିଲେ। ଆକାଶରେ ବଜ୍ରପାତ ଏକ ଏପରି ବିପତ୍ତି ଯାହାକୁ ରୋକା ଯାଇ ପାରିବ ନାହିଁ। କିନ୍ତୁ ସତର୍କତା ଅବଲମ୍ବନ କରି ଏହା ଦ୍ବାରା ହେଉଥିବା କ୍ଷତିରୁ ବର୍ତି ହେବ। ବଜ୍ରପାତର ସଠିକ୍ ପୂର୍ବାନୁମାନ ପାଇଁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ବାରା ସଞ୍ଚାଳିତ ଭାରତୀୟ ଉଦ୍ଦେଶ୍ୟ ପାଣିପାଗ ବିଜ୍ଞାନ ସଂସ୍ଥାନ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରିଛି। ଏହି ଆପ୍ ସାହାଯ୍ୟରେ ବଜ୍ରପାତର ୩୦-୪୦ମିନିଟ୍ ପୂର୍ବରୁ ମୋବାଇଲ୍ ଆପରେ ଚେତାବନୀ ମିଳିଯିବ। ଏହି ଆପର ନାଁ ‘ଦାମିନୀ’। ଯାହା ବଜ୍ରପାତ ଆଗରୁ ଚେତାବନୀ ଦେବ।

ପ୍ରତି ବର୍ଷ ୫୦-୧୦୦ ସ୍ଥାନରେ ବଜ୍ରପାତ ହେବାର ଘଟଣା ଘଟିଥାଏ। ନିକଟରେ ବଜ୍ରପାତକୁ ଅନ୍ୟ ସମସ୍ତ ପ୍ରାକୃତିକ ବିପତ୍ତି ତୁଳନାରେ ସବୁଠୁ ଅଧିକ ମାରାତ୍ମକ ବିପତ୍ତି ବୋଲି କୁହାଯାଇଛି। ବଜ୍ରପାତ ଫଳରେ ଭାରତରେ ପ୍ରତି ବର୍ଷ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।

ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ ଏହି ଆପକୁ ଆପଣ ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ନିଃଶୁଳ୍କ ଡାଉନଲୋଡ କରି ପାରିବେ। ଏହା ପରେ ମଗାଯାଇଥିବା ଆବଶ୍ୟକ ସୂଚନା ଯେପରି ନିଜ ନାଁ,ମୋବାଇଲ୍ ନମ୍ବର,ପିନ କୋଡ,ଲୋକେସନ,ବ୍ୟବସାୟ ଫିଡ କରି ରେଜିଷ୍ଟାର କରିବାକୁ ପଡ଼ିଥାଏ। ସୂଚନା ଫିଡ କରିବା ପରେ ଏହି ଆପ୍ ସେହି ସ୍ଥାନରେ ବଜ୍ରପାତର ଆଶଙ୍କା ଥିଲେ ଉପଯୋଗ କରିଥାଏ। ସେ ତୁରନ୍ତ ଏହାର ସୂଚନା ଦେଇ ଦେଇଥାଏ।

Exit mobile version