ସତ୍ୟଶିଖା (ଭୁବନେଶ୍ୱର) ୨୮/୦୧/୨୦୨୧ : କରୋନା ମହାମାରୀ ସଂକ୍ରମଣ ପରେ ଲୋକମାନେ ସ୍ଵାସ୍ଥକୁ ନେଇ ବେଶ ସଚେତନ ହୋଇପଡ଼ିଛନ୍ତି । ସ୍ଵାସ୍ଥ ହିଁ ସମ୍ପଦ ବୋଲି ସେମାନେ ଭଲ ଭାବେ ବୁଝିପାରିଛନ୍ତି । ଏକ ସୁସ୍ଥକର ଜୀବନଶୈଳୀ ପାଇଁ ବ୍ୟାୟାମ ଜରୁରୀ । ନିଜକୁ ସୁସ୍ଥ ରଖିବା ଲାଗି ପ୍ରାଚୀନ ଯୋଗ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି । ସେଥିପାଇଁ ଯୋଗ ମ୍ୟାଟ୍ର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଯୋଗ କରୁଥିବା ପ୍ରତିଟି ବ୍ୟକ୍ତି ଯୋଗ ମ୍ୟାଟ୍ରୁ ହିଁ ନିଜର ଯାତ୍ରା ଆରମ୍ଭ କରନ୍ତି । ଏହି ମ୍ୟାଟ୍ କିଣିବା ବେଳେ ଅନେକ ବିଷୟ ବିଚାରକୁ ନେବା ଜରୁରୀ । ସାଧାରଣରେ ଏକ ଭଲ ଯୋଗ ମ୍ୟାଟ୍ର ୪ ଏମ୍ଏମ୍-୮ ଏମ୍ଏମ୍ ମୋଟା ଥାଏ । ସେଥିରେ ଆଣ୍ଟି ସ୍ଲିପ୍ ସୁବିଧା ରହିଥାଏ । ବଜାରେ ରବର୍ ଓ ସିଲିକନ୍ ମ୍ୟାଟ୍ ମିଳୁଥିବା ବେଳେ ଝୋଟ ଓ କପା ଆଦି ପ୍ରାକୃତିକ ଉପାଦାନରେ ତିଆରି ମ୍ୟାଟ୍ ମଧ୍ୟ ବିକ୍ରି ହେଉଛି । ବିଭିନ୍ନ ପ୍ରକାର ଏବଂ ରଙ୍ଗରେ ଯୋଗ ମ୍ୟାଟ୍ ଉପଲବ୍ଧ ହେଉଛି । ଆଣ୍ଟି ସ୍କିଡ୍ ବା ସ୍ଲିପ୍ ସୁବିଧା ଥିବା ଯୋଗ ମ୍ୟାଟ୍ ଗ୍ରାହକଙ୍କ ଦ୍ୱାରା ବେଶ ଗ୍ରହଣୀୟ ହୋଇଛି ।
ଆଣ୍ଟି ସ୍ଲିପ୍ ଯୋଗ ମ୍ୟାଟ୍ ଦାମ୍ ୩୦୦ ଟଙ୍କାରୁ ଆରମ୍ଭ
