ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ଆଣ୍ଟି ସ୍ଲିପ୍‌ ଯୋଗ ମ୍ୟାଟ୍‌ ଦାମ୍‌ ୩୦୦ ଟଙ୍କାରୁ ଆରମ୍ଭ

ସତ୍ୟଶିଖା (ଭୁବନେଶ୍ୱର) ୨୮/୦୧/୨୦୨୧ : କରୋନା ମହାମାରୀ ସଂକ୍ରମଣ ପରେ ଲୋକମାନେ ସ୍ଵାସ୍ଥକୁ ନେଇ ବେଶ ସଚେତନ ହୋଇପଡ଼ିଛନ୍ତି । ସ୍ଵାସ୍ଥ ହିଁ ସମ୍ପଦ ବୋଲି ‌ସେମାନେ ଭଲ ଭାବେ ବୁଝିପାରିଛନ୍ତି । ଏକ ସୁସ୍ଥକର ଜୀବନଶୈଳୀ ପାଇଁ ବ୍ୟାୟାମ ଜରୁରୀ । ନିଜକୁ ସୁସ୍ଥ ରଖିବା ଲାଗି ପ୍ରାଚୀନ ଯୋଗ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି । ସେଥିପାଇଁ ଯୋଗ ମ୍ୟାଟ୍‌ର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଯୋଗ କରୁଥିବା ପ୍ରତିଟି ବ୍ୟକ୍ତି ଯୋଗ ମ୍ୟାଟ୍‌ରୁ ହିଁ ନିଜର ଯାତ୍ରା ଆରମ୍ଭ କରନ୍ତି । ଏହି ମ୍ୟାଟ୍‌ କିଣିବା ବେଳେ ଅନେକ ବିଷୟ ବିଚାରକୁ ନେବା ଜରୁରୀ । ସାଧାରଣରେ ଏକ ଭଲ ଯୋଗ ମ୍ୟାଟ୍‌ର ୪ ଏମ୍‌ଏମ୍‌-୮ ଏମ୍ଏମ୍‌ ମୋଟା ଥାଏ । ସେଥିରେ ଆଣ୍ଟି ସ୍ଲିପ୍‌ ସୁବିଧା ରହିଥାଏ । ବଜାରେ ରବର୍‌ ଓ ସିଲିକନ୍ ମ୍ୟାଟ୍‌ ମିଳୁଥିବା ବେଳେ ଝୋଟ ଓ କପା ଆଦି ପ୍ରାକୃତିକ ଉପାଦାନରେ ତିଆରି ମ୍ୟାଟ୍‌ ମଧ୍ୟ ବିକ୍ରି ହେଉଛି । ବିଭିନ୍ନ ପ୍ରକାର ଏବଂ ରଙ୍ଗରେ ଯୋଗ ମ୍ୟାଟ୍‌ ଉପଲବ୍ଧ ହେଉଛି । ଆଣ୍ଟି ସ୍କିଡ୍‌ ବା ସ୍ଲିପ୍‌ ସୁବିଧ‌ା ଥିବା‌ ଯୋଗ ମ୍ୟାଟ୍‌ ଗ୍ରାହକଙ୍କ ଦ୍ୱାରା ବେଶ ଗ୍ରହଣୀୟ ହୋଇଛି ।ଯୋଗ ମ୍ୟାଟ୍‌ ଏବେ ଯୋଗ ଓ ଫିଟ୍‌ନେସ୍‌ କ୍ଲବ୍‌ର ସଦସ୍ୟ ଓ ଘରେ ଯୋଗ କରୁଥିବା ଲୋକମାନେ କିଣୁଛନ୍ତି । କେବଳ ଭାରତ ନୁହେଁ ଆମେରିକା, କାନାଡା, ମେକ୍ସିକୋ, ଜର୍ମାନି, ଫ୍ରାନ୍ସ, ବ୍ରିଟେନ୍, ସ୍ପେନ୍, ଇଟାଲି, ଚୀନ୍, ଜାପାନ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଯୋଗ ମ୍ୟାଟ୍‌ ବିପୁଳ ପରିମାଣରେ ବିକ୍ରି ହେଉଛି । ଯୁବପିଢ଼ି ଓ ସ୍ଵାସ୍ଥ ସଚେତନ କର୍ପୋରେଟ୍ ଜଗତର ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କ ଦ୍ୱାରା ଏହା ଗ୍ରହଣୀୟ ହୋଇଛି ।

Show More
Back to top button