୧୦ରେ ଓଡ଼ିଶା ଆସିବେ ଆନ୍ଧ୍ର ରାଜ୍ୟପାଳ

ସତ୍ୟଶିଖା( ଭୁବନେଶ୍ୱର )୦୮.୦୬. ୨୦୨୨ :  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୦ରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ର ରାଜଭବନର ସୂଚନା ଅନୁଯାୟୀ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ନିଜସ୍ୱ ବାସଭବନ ଯିବେ। ଉକ୍ତ ଦିନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଉଭୟ ରାଜ୍ୟର କଳା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛ। ୧୧ ପୂର୍ବାହ୍ନରେ ଏକ ଘରୋଇ ଟିଭିର ଶିକ୍ଷା ଆଧାରିତ କାର୍ଯ୍ୟକ୍ରମ ‘ଉତ୍କର୍ଷ’ର ଉଦ୍‌ଘାଟକ ଭାବେ ଯୋଗଦେବେ। ପରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ୧୨ ତାରିଖ ପୂର୍ବାହ୍ନରେ ସେ ଆନ୍ଧ୍ର ଫେରିବେ।

Exit mobile version