ରାଜ୍ୟ

ଅକ୍ଟୋବର ପହିଲାରୁ ବର୍ଷା ପରିମାଣ କମିବ

ସତ୍ୟଶିଖା(ଭୁବନେଶ୍ୱର )୩୦.୦୯ .୨୦୨୧:  ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ଆର ବିଶ୍ବାସ କହିଛନ୍ତି ଯେ ଅକ୍ଟୋବର ପହିଲାଠାରୁ ବର୍ଷା ପରିମାଣ କମିବ। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ନହେଲେ ୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। ଓଡ଼ିଶାରେ ଏବେ ବି ନିଅଣ୍ଟିଆ ବର୍ଷା ଲାଗି ରହିଛି। ଆଜି ସୁଦ୍ଧା ସ୍ବାଭାବିକ ଭାବେ ୧୧୪୯.୮ ମିମି ବର୍ଷା ହେବା କଥା। ମାତ୍ର ବର୍ଷା ପରିମାଣ ୧୦ ପ୍ରତିଶତ କମ୍‌ ରହିଛି। ଜଗତ୍‌ସିଂପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ନିଅଣ୍ଟିଆ ଅଛି। ବାକି ୨୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

Show More
Back to top button