ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ପାରିବାରିକ ପେନ୍‍ସନ୍‍ ଅର୍ଥରାଶି ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି

ସତ୍ୟଶିଖା ୧୩/୦୨/୧୦୨୧ : କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ୍‍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ପାରିବାରିକ ପେନ୍‍ସନ୍‍ ଅର୍ଥରାଶିକୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୪୫ ହଜାର ଟଙ୍କା ଥିଲା । ‘ଇଜ୍‍ ଅଫ୍‍ ଲିଭିଙ୍ଗ୍‍’ ଯୋଜନାକୁ କାର୍ଯ୍ୟକାରୀ କରିବା ଅବସରରେ କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ଆବଶ୍ୟକ ପରିମାଣର ଅର୍ଥରାଶି ଯୋଗାଇ ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏପରିକି ସରକାରୀ ଚାକିରି କରିଥିବା ପିତାମାତାଙ୍କ ମୃତ୍ୟୁ ପରେ ଅବିବାହିତ ସନ୍ତାନ ପାଇବାକୁ ଥିବା ଦ୍ୱୈତ ପେନ୍‍ସନ୍‍ ଉପରେ ମଧ୍ୟ ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି । ସେ କହିଛନ୍ତି, ସପ୍ତମ ବେତନ କମିଶନ୍‍ଙ୍କ ସୁପାରିସ ପରିପ୍ରେକ୍ଷୀରେ ଦରମା ବୃଦ୍ଧିକୁ ଲକ୍ଷ୍ୟ କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Show More
Back to top button