ନ୍ୟୁଜ୍
ରାସ୍ତା ଖରାପ ଥିବାରୁ ଖଟିଆରେ ବୁହା ହେଲେ ରୋଗୀ,ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ


(ସତ୍ୟଶିଖା)ଚାନ୍ଦବାଲି ୧୪।୦୭।୨୦୨୦: ସ୍ବାସ୍ଥ୍ୟ ସେବାର ପୁଣି ଥରେ ଏକ ଦୟନୀୟ ଚିତ୍ର ସାମ୍ନାକୁ ଆଶିଛି । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ଗାଁର ଜଣେ କ୍ୟାନସର ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିଥିଲା, କିନ୍ତୁ ରାସ୍ତା ଖରାପ ଥିବାରୁ ରୋଗୀଙ୍କ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ କିଛି ବାଟ ଖଟିଆରେ ବୋହି ନେବା ପରେ ଆମ୍ବୁଲାନ୍ସ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇଥିଲା ।