

ସତ୍ୟଶିଖା ୨୨ . ୦୮.୨୦୨୦ : ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର କୋଚିଆ କୋଇଲିଠାରେ ୨୦ ଫୁଟ ତଳକୁ ଖସିଗଲା ଜନନୀ ଏକ୍ସପ୍ରେସ , ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା । ପୋଲିସ ସହାୟତାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । ଗଡପୋଖରୀ ଗୁଆପାଳ ଗାଁର ସୁମତି ନାୟକ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ତାଙ୍କୁ ଘରୁ ଧରି ଖଇରା ହସ୍ପିଟାଲ ଗଲାବେଳେ ଭାରସାମ୍ୟ ହରାଇ ନୟନେଯାରିକୁ ଖସିପଡିଥିଲା । ହେଲେ କାହାର କିଛି କ୍ଷତି ହୋଇନଥିବାବେଳେ ଏବେ ଗର୍ଭବତୀ ମହିଳାର ଖଇରା ମେଡିକାଲରେ ଚିକିତ୍ସା ଚାଲିଛି ।