ସତ୍ୟଶିଖା(ହାଇଦ୍ରାବାଦ) ୦୯/୧୨/୨୦୨୦ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚିଛନ୍ତି । ଏହି ଟିମ୍ ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ ଆଣ୍ଡ୍ ବାୟୋଲଜିକାଲ୍ ଇ ବୁଲି ଦେଖିବେ । ଭାରତରେ କରୋନା ଟିକା ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଭାରତ ବାୟୋଟେକ୍ । ବର୍ତମାନ ଭାରତରେ ପ୍ରାୟ ୬ଟି କରୋନା ଟିକାର ପ୍ରସ୍ତୁତି କାମ ଚାଲିଛି ।
ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ବୁଲି ଦେଖିବେ ରାଷ୍ଟ୍ରଦୂତ
