ସ୍ୱାସ୍ଥ୍ୟ ପାଇଁ ପିଆଜ, ଫୁଲକୋବିର ଆଶ୍ଚର୍ଯ୍ୟଜନକ ଲାଭ

ସତ୍ୟଶିଖା ୧୨/୦୨/୧୦୨୧ : ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏହା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ । ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଜାଣନ୍ତୁ. ଛତୁ, (ମସରୁମ), ଫୁଲକୋବି, ଆଳୁ, ପିଆଜ ଏଥିରୁ କି କି ପୋଷକ ତତ୍ୱ ମିଳେ
ପିଆଜ –
ପିଆଜରେ ଖାଦ୍ୟର ସ୍ୱାଦକୁ ବଢାଇବା ସହ ନିୟମିତ ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସହଜରେ ଥଣ୍ଡାକାଶ ହୋଇନଥାଏ ।
ରକ୍ତସଂଚାଳନ ସଠିକ ଭାବେ ହୋଇଥାଏ । ମଧୁମେହ ରୋଗୀମାନେ ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ ।ଫୁଲକୋବି –
ଫୁଲକୋବିରେ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଏଥିରେ କ୍ୟାଲସିୟମ, ଫରଫରସ, ପ୍ରୋଟିନ, କାବ୍ରୋହାଇଡ଼୍ରେଟ, ଲୌହ, ଭିଟାମିନ ଏ, ବି, ସି, ଆୟୋଡ଼ିନ, ପୋଟାସିୟମ ଆଦି ରହିଛି । ଏହା ରକ୍ତ ପରିଷ୍କାର କରିଥାଏ । ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ଏହା ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ ।
ଛତୁ –
ଏଭଳି ଦେଖିବାକୁ ଗଲେ ଛତୁ ଖାଇବା ବହୁ ଲୋକଙ୍କୁ ପସନ୍ଦ । ଏଥିରେ ବହୁ ଔଷଧୀୟ ଗୁଣ ରହିଛି । ଯାହା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ । ଏଥିରେ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ । ଏହାସହ ଜିଙ୍କ, ପୋଟାସିୟମ ମଧ୍ୟ ରହିଛି । ଏଥିରେ ଥିବା ଫାଇବର ଓ ଅନ୍ୟ ଏନଜାଇମ କୋଲେଷ୍ଟେରୋଲକୁ ବୃଦ୍ଧି ପାଇବାକୁ ଦେଇନଥାଏ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ମଜଭୂତ କରିଥାଏ ।ଆଳୁ –
ଆଳୁ ଏପରି ଏକ ପରିବା ଯାହା ପ୍ରତ୍ୟେକଙ୍କ ଘରେ ଉପଲବ୍ଧ । ଏହାର ବିଶେଷତ୍ୱ ହେଉଛି , ଏହାକୁ ସଠିକ ପରିମାଣରେ ଯେକୌଣସି ତରକାରୀରେ ପକାଇ ପ୍ରସ୍ତୁତ କରାଯାଇପାରେ । ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ । ଆଳୁରେ ଭିଟାମିନ ସି, ପୋଟାସିୟମ, ଭିଟାମିନ ବି-୬ ଅନ୍ୟ ପୋଷକ ତତ୍ୱ , ଖଣିଜ ରହିଥାଏ । ଏହାସହ ଆଳୁରେ ଥିବା ଭିଟାମିନ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ।

Exit mobile version