ରାଜ୍ୟ

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଆନ୍ଦୋଳନ

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରହିଛି ଚାଷୀଙ୍କ ଲଢେଇ ଜୟପୁର- ଦିଲ୍ଲୀ l ଆଜି ଆନ୍ଦୋଳନକୁ ୧୭ ଦିନ ଛୁଇଁଛି । ସେପଟେ ଆଜି ଦିଲ୍ଲୀ –ଜୟପୁର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡିକୁ ଘେରାଉ କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ, ହରିୟାଣା, ଉତରପ୍ରଦେଶର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ସମସ୍ତ ଟୋଲପ୍ଲାଜା ଗୁଡିକ ନିକଟରେ ଚାଷୀ ଏକାଠି ହୋଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥ ଉପରେ ଫସି ରହିଛି ଶହ ଶହ ଗାଡି ମୋଟର ।କୃଷକଙ୍କ ଆନ୍ଦୋଳନକୁ ନଜରରେ ରଖି ହରିୟାଣାରେ ଆଜି ଟୋଲ୍ ପ୍ଲାଜାକୁ ଦେୟ ମୁକ୍ତ କରାଯାଇଛି । ହଜାର ହଜାର ଚାଷୀ ଗାଡି ସହିତ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ପ୍ରତିବାଦ କରୁଛନ୍ତି । ସେପଟେ ଦିଲ୍ଲୀରୁ ନେଇ ଅଂବାଲା, ଫରିଦାବାଦ, କୁରୁକ୍ଷେତ୍ର ସବୁଠି ଚାଷୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପରିସ୍ଥିତିକୁ ନଜରରେ ରଖି ଗୁରୁଗ୍ରାମ ଓ ଫରିଦାବାଦରେ ସୁରକ୍ଷାକୁ କଡାକଡି କରାଯାଇଛି । ସୀମାରେ ୬୦ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୩୦ରୁ ଅଧିକ ଚାଷୀ ସଂଗଠନ ବିରୋଧରେ ସାମିଲ ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ଦେଶବ୍ୟାପି ବିକ୍ଷୋଭ କରିବାକୁ ଡାକରା ଦେଇଛନ୍ତି ଚାଷୀ ସଂଗଠନ ।

Show More
Back to top button