ସତ୍ୟଶିଖା (ଭୁବନେଶ୍ୱର) ୨/୧୧/୨୦୨୦ : ଓଲିଉଡ ପାଇଁ ଆଉ ଏକ ଦୁଃଖଦ ଖବର । ପ୍ରଥମେ ବିଜୟ ମହାନ୍ତି, ପରେ ଅଜିତ ଦାସ ପରି ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଥିଲା । ଏବେ ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ସମୟରେ ଜଟଣୀସ୍ଥିତ ବାସଭବନରେ ବସିଥିବା ହଠାତ ତାଙ୍କୁ ହୃଦଘାତ ମାରିଥିଲା । ଯାହାଫଳରେ କି ତାଙ୍କର ପ୍ରାଣବାୟୁୂ ଉଡିଯାଇଥିଲା । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ୭୨ବର୍ଷ ବୟସରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ଜଟଣୀ ସ୍ଥିତ ବାସଭାବନରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ଘରେ ବସିଥିବା ବେଳେ ହୃଦଘାତରେ ପରଲୋକ ହୋଇଯାଇଛି । ତେବେ ରାଜୁ ମିଶ୍ର ବିୟୋଗରେ ପୁରା ଓଲିଉଡରେ ଶୋଖରେ ଛାୟା ଖେଳିଯାଇଛି ।
ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ
