ନ୍ୟୁଜ୍

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜଶରାଜଙ୍କ ପରଲୋକ l

ସତ୍ୟଶିଖା ( ୱାସିଂଟନ ) ୧୭ .୦୮.୨୦୨୦ : ପରଲୋକରେ ପଦ୍ମ ବିଭୂଷଣ ପଣ୍ଡିତ ଜଶରାଜ । ଆମେରିକାର ନ୍ୟୁ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଣ୍ଡିତ ଜଶରାଜ । ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ହୋଇଥିଲା । 28 ଜାନୁଆରୀ 1930ରେ ପଣ୍ଡିତ ଜଶରାଜ ଜନ୍ମଗ୍ରହଣ କରିଥିଲେ । ପଣ୍ଡିତ ଜଶରାଜଙ୍କ ଜନ୍ମ ଏମିତି ଏକ ପରିବାରରେ ହୋଇଥିଲା ଯେଉଁଠାରେ 4 ପୀଢ଼ି ସଂଗୀତ ଜଗତରେ ବେଶ ନାଁ କମାଇଥିଲେ ।

4 ବର୍ଷ ବୟସରେ ପଣ୍ଡିତ ଜଶରାଜଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ବଡ଼ ଭାଇ ପଣ୍ଡିତ ମଣିରାମ ନେଇଥିଲେ । ତେବେ ଏଭଳି ଜଣେ ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକଙ୍କ ଦେହାନ୍ତରେ ଦେଶରେ ଶୋକର ଛାୟା ଖେଳିଯାଇଛି ।

Show More
Back to top button