ଦେଶ

ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ l

ସତ୍ୟଶିଖା ( ନୂଆଦିଲ୍ଲୀ )  ୮.୦୯.୨୦୨୦ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା । ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ଘଟିଛି । ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ରେଡ୍ଡୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଜୟପ୍ରକାଶ ରେଡ୍ଡୀ ତେଲୁଗୁ ସିନେମାରେ ଜଣେ ହାସ୍ୟ ଅଭିନେତା ଏବଂ ଖଳନାୟକ ଭାବରେ ଜଣାଶୁଣା । ତାଙ୍କ ବିୟୋଗ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି ହୋଇଛି । ଏହି ଖବର କୋଟି କୋଟି ସିନେ ପ୍ରେମୀଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି ।

ଜୟପ୍ରକାଶ ରେଡ୍ଡୀ ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ବ୍ୟତୀତ ରେଡ୍ଡି ପ୍ରେମୀକୁକୁଣ୍ଡାମ ରା, ଗବର ସିଂ, ଚେନାକେଶୱାରେଡି, ସୀତାୟା ଏବଂ ଟେମ୍ପର ଭଳି ଅନେକ ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରିଥିଲେ ।

Show More
Back to top button