ଧର୍ମନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ସତ୍ୟଶିଖା (ପୁରୀ) ୧୮.୦୨.୨୦୨୨: ମହାପ୍ରଭୁଙ୍କ ଦର୍ଶନ ନେଇ ଆସିଲା ନୂଆ ଏସଓପି । ଏହି ନୂତନ ନିୟମ ୨୧ ଫେବ୍ରୁଆରୀରୁ ଲାଗୁ ହେବ । ଏଣିକି ଦର୍ଶନ ପାଇଁ ଭକ୍ତଙ୍କୁ ଦେଖାଇବାକୁ ପଡିବନି କୋଭିଡ ଟୀକାକରଣ ପ୍ରମାଣ ପତ୍ର । ପୂର୍ବରୁ ୩୧ ଜାନୁଆରୀରେ ଏକ ଏସଓପି ଜାରି ହୋଇ ଖୋଲିଥିଲା ଶ୍ରୀମନ୍ଦିର । ଏଥିରେ ପୂର୍ବ ପରି ଟୀକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଥିଲା ।

ନୂତନ ଏସଓପି ଅନୁଯାୟୀ, ଆସନ୍ତା ଫେବ୍ରୁଆରୀ ୨୧ରୁ ବିନା ଟୀକା ପ୍ରମାଣପତ୍ରରେ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ନୂତନ ଏସଓପି ହିସାବରେ ସକାଳ ୬ରୁ ରାତ୍ରି ୯ ପର୍ୟ୍ୟନ୍ତ ଦର୍ଶନର ସୁବିଧା ପାଇ ପାରିବେ ଶ୍ରଦ୍ଧାଳୁ । ସେହିପରି ଟୀକା କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ରର ଆଵଶ୍ୟକତା ରହିବ ନାହିଁ ।ଜଗା ଦର୍ଶନ ପାଇଁ ନୂଆ ଝଙଚ ଜାରିଜଗା ଦର୍ଶନ ପାଇଁ ନୂଆ ଝଙଚ ଜାରିପୂର୍ବଭଳି ପ୍ରତି ରବିବାର ବିଶୋଧନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବନ୍ଦ ରହିବ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦୃଷ୍ଟିରୁ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭିନ୍ନ ଆଦେଶାନାମା ଜାରି ହେବ ।

ସେହିପରି ଧାଡିରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ତେବେ କୋରୋନା ସ୍ଥିତିରେ ସୁଧାର ଆସିଥିବା ବେଳେ ଏବଂ ଅଧିକାଂଶ ଲୋକେ ଟୀକାକରଣରେ ସାମିଲ ହୋଇ ସାରିଥିବାରୁ ଏପରି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Show More
Back to top button