ହବିଷ୍ୟାଳିଙ୍କୁ ପୁରୀ ନଆସିବାକୁ ପ୍ରଶାସନର ଅନୁରୋଧ

ସତ୍ୟଶିଖା ( ପୁରୀ )୧୧/୧୦ /୨୦୨୧: ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସଠାରେ ନୀତି ଓ ଅର୍ଥ ସବ୍ କମିଟିର ବୈଠକ ପରେ ବସିଥିଲା ଛତିଶା ନିଯୋଗ ବୈଠକ । ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାର ପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର।

କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କାର୍ତ୍ତିକ ମାସ ଅର୍ଥାତ୍ ନଭେମ୍ବରରେ ତିନି ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ନଭେମ୍ବର ୪ ତାରିଖରେ ଦିପାବଳୀ, ୧୫ ରେ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତେବେ ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ତିନି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆସନ୍ତା ୧୮ ତାରିଖ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ । ପାରମ୍ପରିକ ବେଶପୋଷାକ ପିନ୍ଧି ସେବାୟତ ଗର୍ଭଗୃହକୁ ପ୍ରବେଶ କରିବେ ।

Exit mobile version