ସତ୍ୟଶିଖା(ଭୁବନେଶ୍ୱର)୨୫.୦୨.୨୦୨୧ : ଏଣିକି ଲୋକସେବା ଭବନ ପରିବର୍ତ୍ତେ ଖାରବେଳ ଭବନର ସପ୍ତମ ମହଲାକୁ ଉଠିଯିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ କରିବା ପାଇଁ ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି। ଏହି କୋଠାରେ ଅତ୍ୟାଧୁନିକ ଫୋର-କେ ଭିଡିଓ କନଫରେନ୍ସିଂ ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ ଅଫିସ୍ ମଧ୍ୟ ରହିବ। ମୁଖ୍ୟମନ୍ତ୍ରୀ ସେହି ଅଫିସରେ ବସି ରାଜ୍ୟର ସବୁ ଭାଗ ସହ ଯେଭଳି ଯୋଡ଼ି ହୋଇପାରିବେ ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧାଯୁକ୍ତ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି।
ବଦଳିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା
