ହୀରା ଚୋରାଚାଲାଣ କରି ଅଭିଯୁକ୍ତ ଗିରଫ, ୧୭୧ ଖଣ୍ଡ ହୀରା ଜବତ

ସତ୍ୟଶିଖା ୭ .୦୯.୨୦୨୦ :  ହୀରା  ଚୋରାଚାଲାଣ  କରି  ଅଭିଯୁକ୍ତ ଗିରଫ ,  ୧୭୧  ଖଣ୍ଡ  ହୀରା  ଜବତ । ଛତିଶଗଡ଼ରୁ ଓଡ଼ିଶାକୁ ହୀରା ଚୋରା ଚାଲାଣ ଅଭିଯୋଗରେ ସିନାପାଲିର ଜଣେ ବ୍ୟକ୍ତିଙ୍କୁ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି । ଅଭିଯୁକ୍ତ ଜଣକ ସିନାପାଲି ଥାନା ଗୋଡ଼ଲ ଗ୍ରାମର ନୂତନ ପଟେଲ (୫୫) ବୋଲି ଜଣାଯାଇଛି । ସେ ପୋଇଲିଖଣ୍ଡରୁ ୧୭୧ ଖଣ୍ଡ ହୀରା ଓଡ଼ିଶାକୁ ଆଣୁଥିବା ଜଣାପଡ଼ିଥିଲା । କୌଣସି ସୂତ୍ରରୁ ଖବର ପାଇ ଦେଭୋଗ ଥାନାଧିକାରୀ ତାଙ୍କ ଟିମ୍ ସହ କଇଁଟପଦର ପାଖରେ ଜଗି ରହିଥିଲେ। ଅଭିଯୁକ୍ତ ଜଣକ ବାଇକ୍‌ ( ସିଜି-୦୫-ଡବ୍ଲୁ-୯୪୬୭ ) ରେ ଆସୁଥିବା ସମୟରେ ତାକୁ ଯାଞ୍ଚ୍‌ କରାଯାଇଥିଲା । ତା ନିକଟରୁ ୧୭୧ ଖଣ୍ଡ ( ୪ଖଣ୍ଡ ବଡ଼ ପିସ୍‌ ଏବଂ ୧୬୭ ଖଣ୍ଡ ଛୋଟ ପିସ୍‌ ) ହୀରା ଜବତ କରାଯାଇଛି । ଏ ନେଇ ଦେଭୋଗ ଥାନାଧିକାରୀ ସୂଚନା ଦେଇଛନ୍ତି । ଏହାର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଦେଭୋଗ ଥାନାରେ ମାମଲା ରୁଜୁ ହୋଇ ୧୩୫/୨୦୨୦ ଧାରା ୩୭୯/୪ (୨୧) ମାଇନିଂ ଆକ୍ଟରେ ଗିରଫ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version