

ଢେଙ୍କାନାଳ : ମହାମାରୀ କରୋନା କଟକଣା ଭିତରେ ଆଉ ଦିନକ ପରେ ପାଳିତ ହେବ ଢେଙ୍କାନାଳ ଐତିହାସିକ ଗଣପର୍ବ ଲକ୍ଷ୍ମୀପୂଜା । ପାର୍ବଣ ଜନିତ ଜନଗହଳି ଓ କରୋନା ସଂକ୍ରମଣ ବଢିବାର ଆଶଙ୍କାକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଦେଇଛନ୍ତି । ପୂଜା ମଣ୍ଡପ ଗୁଡିକରେ ଧନଦାତ୍ରୀ ମା’ଙ୍କ ମୃଣ୍ମୟ ପ୍ରତିମାକୁ ୪ ଫୁଟ ଭିତରେ ସୀମିତ ରହିବ ।
ବହୁ ବର୍ଷଧରି ପାଳିତ ହୋଇ ଆସୁଥିବା ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଏକ ଭାଇଚାରାର ବାର୍ତା ନେଇ ଆସୁଛି । ଐତିହାସିକ ପରମ୍ପରା ଭାବେ ପରିଚିତ ଏହି ପର୍ବ ସମସ୍ତ ସହର ବାସୀ ଏକତ୍ରିତ ହୋଇଥାନ୍ତି । ମାତ୍ର ଚଳିତ ବର୍ଷ ମହାମାରୀ କରୋନା କଟକଣା ଭିତରେ ଦିର୍ଘ ଏଗାର ଦିନ ବ୍ୟାପି ୩୯ଟି ପୂଜା ମଣ୍ଡପରେ ପୂଜା ପାଇବେ । ଐତିହାସିକ ସାର୍ବଜନିନ ପର୍ବ ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ଦିନ ବିଦାୟ ନେବେ । ଏହି ପର୍ବରେ କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ଦୋଳି ନହେବାକୁ ଜିଲ୍ଲାପ୍ରଶାସନ ସଂପୁର୍ଣ୍ଣ ଭାବେ ବାରଣ କରିଛି ।