ଜୀବନମନ୍ତ୍ରସ୍ୱାସ୍ଥ୍ୟ

ଏସି ଏବେ ଟେନସନ୍ :

ନ୍ୟୁୟର୍କ, (ସତ୍ୟଶିଖା) :  ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ ସଂକ୍ରମଣ ମଧ୍ୟରେ ହାଭାର୍ଡ ୟୁନିଭର୍ସିଟିର ଜଣେ ପ୍ରଫେସର ଏସିର ବ୍ୟବହାରକୁ ନେଇ ଚେତାବନୀ ଜାରି କରିଛନ୍ତି । ଏସି କରୋନା ସଂକ୍ରମଣ ପାଇଁ ଏକ ପ୍ରମୁଖ ମାଧ୍ୟମ ହୋଇପାରେ ବୋଲି ସେ କହିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ବିଶେଷଜ୍ଞ କହିଥିଲେ ଯେ, ଏସି ସଂକ୍ରମଣର କାରଣ ହୋଇନପାରେ । ତେବେ ଗୋଟିଏ ଛୋଟ ଏସି କୋଠରୀରେ ଅନେକ ଲୋକ ବସିବା କାରଣରୁ କରୋନା ସଂକ୍ରମଣର ଭୟ ରହିଛି ।

ଦି ହାଭାର୍ଡ ଗ୍ୟାଜେଟର ଏକ ରିପୋର୍ଟରେ ହାଭାର୍ଡ ମେଡିକାଲ ସ୍କୁଲର ମେଡିସିନ୍ ପ୍ରଫେସର ଏଡଓ୍ୱାର୍ଡ୍ ନାଡେଲଙ୍କ ଏକ ବୟାନ ପ୍ରକାଶ ପାଇଛି । ଓଡଓ୍ୱାର୍ଡ କହିଛନ୍ତି ଯେ, ଆମେରିକାରେ ସେହି ସବୁ ରାଜ୍ୟରେ ଯେଉଁଠାରେ ଜୁନ୍ ମାସର ତାପମାତ୍ରା ଅଧିକ ଥିଲା ଓ ଏସି ବ୍ୟବହାର କରାଯାଉଥିଲା ସେଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ।

ସେ ଆହୁରି କହିଛନ୍ତି ଯେ, ସାଧାରଣ ଭାବେ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଓ ନିଜକୁ ଗରମ ରଖିବା ପାଇଁ ଲୋକମାନେ ଘରେ ରହିଥାନ୍ତି । ବନ୍ଦ କୋଠରୀରେ ଏସି କାରଣରୁ ଲୋକମାନେ ସେହି କୋଠରୀରେ କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସ ନେଇଥାନ୍ତି । ଫଳରେ ସଂକ୍ରମଣର ଆଶଙ୍କା ବଢିବାର ସମ୍ଭାବନା ରହିଛି । ସଂକ୍ରମିତ ବ୍ୟକ୍ତି ଏସି କୋଠରୀରେ କାଶିବା ଓ ଛିଙ୍କିବା ଦ୍ୱାରା ଭାଇରସ ସଂକ୍ରମଣର ଭୟ ବୃଦ୍ଧି ପାଏ ।

୨୦୦୩ରେ ସାର୍ସ ପ୍ରକୋପ ପରେ ଜଣାପଡିଥିଲା ଯେ, ବଡବଡ କୋଠାଘର ପାଇଁ ସଂକ୍ରମଣ ବଢିଥିଲା କାରଣ ଏଠାକାର ଦୂଷିତ ବାୟୁ ଅନେକ ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲା ।କୋଭିଡ୍-୧୯ ମଧ୍ୟ ଏହି ଭାଇରସର ଏକ ରୂପ ଅଟେ ।

Show More
Back to top button