ରାଜ୍ୟଶିକ୍ଷା

ଆଜି ପ୍ରକାଶ ପାଇବ ଯୁକ୍ତ ତିନି ମେଧା ତାଲିକା

ସତ୍ୟଶିଖା(ଭୁବନେଶ୍ୱର )୯.୦୯ .୨୦୨୧:  ଚଳିତ ବର୍ଷ ଯୁକ୍ତ ତିନିରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଯୁକ୍ତ ତିନି ମେଧା ତାଲିକା। ଏଥିଲାଗି ଅଗଷ୍ଟ ୨୦ ରୁ ଆବେଦନ ହୋଇ ଚଳିତ ୪ ତାରିଖରେ ଶେଷ ହୋଇଛି। ରାଜ୍ୟ ର ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ବୟଂ ଶାସିତ ଓ ଡିଗ୍ରୀ ମହାବିଦ୍ୟାଳୟରେ ଇ- ଆଡ଼ମିଶନ ଲାଗି ଏହି ତାଲିକା ପ୍ରକାଶ ପାଇବ।

ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ ତଥା ସ୍ନାତକ କଲେଜଗୁଡ଼ିକରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍‌ଣ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ସେପ୍ଟେମ୍ବର ୧୩ରୁ ୧୬ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲର୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରି ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Show More
Back to top button