ସତ୍ୟଶିଖା (ମୁମ୍ବାଇ) ୧୪.୧୨.୨୦୨୦ : ଏବେ ନାଗରିକଙ୍କୁ ସପ୍ତାହର ସବୁ ଦିନ ୨୪ ଘଣ୍ଟିଆ ରିଅଲ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ(ଆର୍ଟିଜିଏସ୍) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ । ସୋମବାର ଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଆର୍ବିଆଇ ଟିମ୍, ଆଇଏଫ୍ଟିଏଏସ୍ ଏବଂ ସର୍ଭିସ୍ ପାର୍ଟନରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
୨୪ ଘଣ୍ଟିଆ ଆରଟିଜିଏସ୍ ସେବା ଆଜିଠୁ ଆରମ୍ଭ ହେଲା
