

ସତ୍ୟଶିଖା ( ଭୁବନେଶ୍ୱର ) ୨୧ . ୦୮.୨୦୨୦ : ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ( ଶୁକ୍ରବାର ) ଆବେଦନ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ ” www.samsodisha.gov.in ” ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ( ସିଏଏଫ୍ ) ଜରିଆରେ ଅନ୍ଲାଇନ୍ ଆବେଦନ କରିପାରିବେ । ଏଥର ଅନ୍ଲାଇନ୍ରେ ଫର୍ମପୂରଣ କରିବା ପରେ ଛାତ୍ରଛାତ୍ରୀ ଫର୍ମର ହାର୍ଡ କପି ଦାଖଲ କରିବାକୁ ସାମ୍ସ ନୋଡାଲ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ । ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ।
ସେପ୍ଟେମ୍ବର ୨୩ରେ ଦ୍ଵିତୀୟ ପର୍ଯ୍ୟନ୍ତ ମେଧା ତାଲିକା ପ୍ରକାଶ ପାଇବ । ୨୪ ରୁ ୨୮ ତାରିଖ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟୟେ ନାମଲେଖା ପ୍ରଣାଳୀ ହେବ। ୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ପହିଲାରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜିକରଣ କରାଯିବ। ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।