ଦେଶ

୨୧ରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କରୋନା ଲକଡାଉନ ମଧ୍ୟରେ ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୯ଟି ଯାକ ବିଧାନ ପରିଷଦ ଆସନ ପାଇଁ ଭୋଟିଂ ହେବ। ଏନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

୨୦୧୯ ଡିସେମ୍ବର ମାସରେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମେ’ ୨୮ ସୁଦ୍ଧା ବିଧାନସଭାକୁ ନିର୍ବାଚନ ହେବା ବାଧ୍ୟତାମୂଳକ ଥିଲା। ନଚେତ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ହରାଇବାର ଆଶଙ୍କା ପ୍ରକାଶ ପାଇଥିଲା। କାରଣ ଉଦ୍ଧବ ବିଧାୟକ ନ ହୋଇ ବି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଆହୁରି ପଢ଼ନ୍ତୁ

ତେଣୁ ଭୋଟିଂ ହେବାକୁ ଥିବା ୯ ବିଧାନ ପରିଷଦରୁ ଗୋଟି କରେ ବିଜୟୀ ହୋଇ ଉଦ୍ଧବ ଠାକରେ ଗୃହକୁ ଯାଇପାରିବାର ସୁଯୋଗ ପାଇଛନ୍ତି। ମାର୍ଚ୍ଚ ୨୬ରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବାର ଥିଲା। ହେଲେ କରୋନା ସଙ୍କଟ ଯୋଗୁ ନିର୍ବାଚନ କମିଶନ ଏହାକୁ ସ୍ଥଗିତ ରଖିଥିଲେ।

ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିର୍ବାଚନ ତୁରନ୍ତ କରିବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ। ଏହାପରେ ନିର୍ବାଚନ କମିଶନ ଲକଡାଉନ ଗାଇଡଲାଇନ ପାଳନ କରି ଭୋଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୧ରେ ହେବାକୁ ଥିବା ନିର୍ବାଚନ ପାଇଁ ମେ’ ୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୧୧ ସୁଦ୍ଧା ଆଶାୟୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଯାଞ୍ଚ ୧୨ ତାରିଖରେ ହେବାକୁ ଥିବା ବେଳେ ୧୪ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ୨୧ ତାରିଖ ସକାଳ ୯ଟାରୁ ୪ଟା ମଧ୍ୟରେ ଭୋଟିଂ ହେବ। ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

[ad_2]
Show More
Back to top button