ଭାବବିହ୍ୱୋଳ ହୋଇ କିଙ୍ଗ୍ ଚାର୍ଲସ, କହିଲେ-ଥ୍ୟାଙ୍କ ୟୁ, ଡାର୍ଲିଂ ମାମା

ସତ୍ୟଶିଖା( ଲଣ୍ଡନ )୧୦.୦୯ . ୨୦୨୨:  ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ନିଜ ପ୍ରଥମ ରାଷ୍ଟ୍ରୀୟ ଅଭିଭାଷଣରେ  ନିଜ ମା’ଙ୍କୁ ମନେ ପକାଇ ଖୁବ୍‌ ଭାବବିହ୍ୱୋଳ ହୋଇ ପଡ଼ିଛନ୍ତି କିଙ୍ଗ୍ ଚାର୍ଲସଙ୍କୁ । ଏଥିସହ ନିଜ ତଥା ନିଜ ପରିବାର ପାଇଁ ରାଣୀ ଏଲିଜାବେଥ ଦ୍ୱିତୀୟ ପ୍ରେରଣାର ଉତ୍ସ ଥିଲେ ବୋଲି ସେ କହିଛନ୍ତି । ଏଥିସହ ମା’ଙ୍କୁ ଧନ୍ୟବାଦ ଜଣାଇ ଥ୍ୟାଙ୍କ ୟୁ, ଡାର୍ଲିଂ ମାମା ବୋଲି କହିଛନ୍ତି କିଙ୍ଗ୍‌ ଚାର୍ଲସ ।

ଏହି ଅବସରରେ ସେ କହିଛନ୍ତି, ସବୁ ପରିବାର ସଦସ୍ୟ ଯେପରି ନିଜ ମା’ଙ୍କ ନିକଟରେ ଚୀର ଋଣୀ, ଆମେ ବି ସେମିତି ଆମ ମା’ ତଥା ମହାମହିମ ମହାରାଣୀଙ୍କ ନିକଟରେ ସବୁଠୁ ଅଧିକ ଋଣୀ।  ତାଙ୍କ ନିଧନ ହେତୁ ମୋ’ ସମେତ ସମୁଦାୟ ରାଜ ପରିବାର ଖୁବ୍‌ ମର୍ମାହାତ ଅଛନ୍ତି। କିନ୍ତୁ ଏହାସତ୍ତ୍ୱେ ଆପଣମାନଙ୍କ ନିମନ୍ତେ ପୂର୍ବରୁ କରିଥିବା ଆଜୀବନ ସେବାର ପ୍ରତିଜ୍ଞାକୁ ମୁଁ ଆଜି ପୁଣି ଥରେ ପୁନରାବୃତ୍ତି କରୁଛି।

ଏହି ଅବସରରେ କିଙ୍ଗ୍ ଚାର୍ଲସ ଉଲ୍ଲେଖ କରିଛନ୍ତି ଯେ, ୧୯୪୭ ମସିହାରେ ମହାରାଣୀ ନିଜ ୨୧ ତମ ଜନ୍ମଦିନରେ କେପଟାଉନରେ ଏକ କମନୱେଲଥ ଗେମ୍‌ ପ୍ରସାରଣରେ ଯୋଗ ଦେଇଥିଲେ। ଏହି ସମୟରେ  ଜୀବନ ଛୋଟ ହେଉ କିମ୍ବା ଲମ୍ବା ନିଜ ଲୋକଙ୍କ ସେବାରେ ଉତ୍ସର୍ଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ପ୍ରତିଶ୍ରୁତିକୁ ସେ ସାରା ଜୀବନ ପାଳନ କରିଥିଲେ। ଏହା ଏକ ଗଭୀର ବ୍ୟକ୍ତିଗତ ପ୍ରତିବଦ୍ଧତା ଥିଲା ଯାହା ତାଙ୍କ ସମଗ୍ର ଜୀବନକୁ ପରିଭାଷିତ କରିଥିଲା ।

ଏଥିସହ ସେ କହିଛନ୍ତି,  ରାଣୀ ଏଲିଜାବେଥ ଦ୍ୱିତୀୟ ସବୁବେଳେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ତାହା ପରିବର୍ତ୍ତନ ଏବଂ ପ୍ରଗତି ତଥା ଆନନ୍ଦ ଏବଂ ଉତ୍ସବର ସମୟ ହେଉ ବା ଦୁଃଖ ଏବଂ କ୍ଷତିର ସମୟ, ସେ ନିଜ କର୍ତ୍ତବ୍ୟରୁ କେବେ ଓହରି ନାହାନ୍ତି ।
Exit mobile version