ନ୍ୟୁଜ୍ରାଜ୍ୟ

କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି: ନବୀନଙ୍କ ପୋଷ୍ଟର ଚିରିଲେ, ଜଗନଙ୍କର ମାରିଲେ

ସତ୍ୟଶିଖା( କୋରାପୁଟ )୧୪.୦୬. ୨୦୨୨ : କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ ବିଭିନ୍ନ ମାଗଣା ସାମଗ୍ରୀ ପ୍ରଦାନ କରୁଛନ୍ତି ତ ପୁଣି କେତବେଳେ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ସ୍କୁଲ ଖୋଲୁଛନ୍ତି ତ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁ କରୁଛନ୍ତି । ଏପରିକି ତେଲୁଗୁ ଭାଷାରେ ପୋଷ୍ଟର ମାରି କୋଟିଆକୁ ନିଜର ବୋଲି ଦାବି କରୁଛନ୍ତି । ତେବେ ନିକଟରେ ଆନ୍ଧ୍ରର କେତେକ ପ୍ରଶାସନିକ ଅଧିକାରୀ କୋଟିଆରେ ଜୋର୍‌ଜବରଦସ୍ତ ପ୍ରବେଶ କରି ବିଭିନ୍ନ ସ୍ଥାନରେ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକଗୁଡ଼ିକୁ ହଟାଇ ଦେଇଛନ୍ତି । ଏହିସବୁ ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାବେଳେ ଏହି ଅଧିକାରୀମାନେ ସେଗୁଡ଼ିକୁ ହଟାଇ ଦେଇ ସେସବୁ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡ୍ଡୀଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଲଗାଇଛନ୍ତି ।

Show More
Back to top button