ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୦୧/୨୦୨୧ : ବୁଧବାର ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ ଉତ୍ପାଦନକାରୀ କମ୍ପାନୀ ଟେସଲା ଏହାର ପ୍ରଥମ ବର୍ଷର ଲାଭ ବିଷୟରେ ସୂଚନା ଦେଇଛି । ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ଚତୁର୍ଥ କ୍ବାର୍ଟରରେ କମ୍ ଆୟ ସହ ସେୟାର ହ୍ରାସ ପାଇଥିଲା । ଟେସଲାର ଉତ୍ପାଦନ ଏବଂ ବିତରଣକୁ କରୋନା ଭୂତାଣୁ ପ୍ରଭାବିତ କରିଥିବା ସତ୍ତ୍ବେ ୨୦୨୦ରେ କମ୍ପାନୀ ୭୨୧ ନିୟୁତ ଡଲାରର ଲାଭ କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଟେସଲା ୨୦୧୯ରେ ୮୬୨ନିୟୁତ ଡଲାରର କ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ୨୦୨୦ରେ ଟେସଲାର ଆୟ ୨୮ ପ୍ରତିଶତ ବୃଦ୍ଧି ହୋଇ ୩୧.୫ ବିଲିୟନରେ ପହଞ୍ଚିଛି ।
ଟେସଲା କରୋନା ସମୟରେ ଲାଭ କରିଛି ୭୨୧ ମିଲିୟନ ଡଲାର
