ଅପରାଧଦେଶନ୍ୟୁଜ୍ବିଦେଶ

ଲିବିଆରେ ୭ଜଣ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଲିବିଆରେ ଆତଙ୍କବାଦୀମାନେ ସାତଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି । ତେବେ ସେମାନଙ୍କୁ ମୁକୁଳାଇବା ବା ଛାଡିବା ପାଇଁ ୨୦ ହଜାର ଡଲାର ଦାବି କରିଛନ୍ତି । ଅର୍ଥାତ୍ ସେମାନେ ମୁକ୍ତିଧନ ଲୋଡିଛନ୍ତି । ଯେଉଁ ଭାରତୀୟମାନଙ୍କୁ ଅପହରଣ କରାଯାଇଛି ସେମାନେ ୟୁପିର କୁଶିନଗର, ଦେବରିୟା ଓ ବିହାରରେ ରହନ୍ତି । ଏମାନଙ୍କ ପରିବାର ଲୋକ ସେମାନଙ୍କୁ ଛାଡିବା ପାଇଁ ବିଦେଶ ମନ୍ତ୍ରାଳୟକୁ ନିବେଦନ କରିଛନ୍ତି । ତେବେ ସାତ ଜଣ ଭାରତୀୟଙ୍କୁ ଅପହରଣ ମାମଲାରେ ବିଦେଶ ମନ୍ତ୍ରାଳୟ ଏ ଯାଏଁ କିଛି କହି ନାହିଁ ।

ଆତଙ୍କବାଦୀମାନେ କୁଶୀ ନଗର ଜିଲ୍ଲାର ମୁନା ଚୌହାନ ସମେତ ସାତ ଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି । ଏହା ସହ ସେମାନଙ୍କ କମ୍ପାନିକୁ ୨୦ ହଜାର ଡଲାର ମାଗିଛନ୍ତି । ୨୦୧୯ ସେପ୍ଟେମ୍ବରରେ ଦିଲ୍ଲୀ ସ୍ଥିତ ଏନଡି ଏଣ୍ଟରପ୍ରାଇଜ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ସୋମାନେ ୱେଲଡରିଂ କାମରେ ଲିବିଆ ଯାଇଥିଲେ । ସେମାନଙ୍କ ଭିଜା ୨୦୨୦ ସେପ୍ଟେମ୍ବର ୧୩ରେ ଶେଷ ହୋଇ ଥିଲା । ମାତ୍ର ସେମାନଙ୍କୁ ସେତେପେଳେ ଲିବିଆରୁ ଫେରିବାର ଥିଲା । ଏହି ସମୟରେ ହିଁ ମୁନ୍ନାଙ୍କ ସମେତ ସାତଜଣ ଭାରତୀୟଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ ।ମୁନାଙ୍କ ସମ୍ପର୍କୀୟ ଲଲନ ପ୍ରସାଦ କହିଛନ୍ତି ସେପ୍ଟେମ୍ବର ୧୩ରେ ମୁନ୍ନା ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ କହି ଥିଲା ୧୭ ସେପ୍ଟେମ୍ବରରେ ଲିବିଆରୁ ଦିଲ୍ଲୀ ଫେରିବ । ଏହା ପରେ ପରିବାର ସହ ସେମାନଙ୍କର କୌଣସି ଯୋଗାଯୋଗ ହୋଇ ନାହିଁ । ସେପ୍ଟେମ୍ବର ୨୭ରେ ଲଲନ  ଦିଲ୍ଲୀ ପହଞ୍ଚିବା ପରେ ଜାଣିଲା ଯେ ମୁନାଙ୍କ ସମେତ ସାତଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି । ଲଲନଙ୍କ ଅନୁସାରେ ଟ୍ରାଭେଲ ଏଜେନ୍ସି କମ୍ପାନି ଆତଙ୍କବାଦୀଙ୍କୁ ସେମାନଙ୍କୁ ଛାଡିବା ପାଇଁ ଟଙ୍କା ଦେବାକୁ ପ୍ରସ୍ତୁତ । ଲଲନ ଦିଲ୍ଲୀର ପ୍ରସାଦପୁର ପୋଲିସ୍ ଷ୍ଟେସନରେ ଅନଲାଇନରେ ମାମଲା ବାବଦରେ ପୋଲିସକୁ ଅଗତ କରାଇଛନ୍ତି । ମୁନାଙ୍କ ସମେତ ଅନ୍ୟ ସମସ୍ତ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ବିଦେଶ ମନ୍ତ୍ରାଳୟକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ କୁଶୀନଗର ଏସପି ଏବେ ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିଛି ।

Show More
Back to top button