ଦେଶବିଦେଶ

ଶ୍ରୀନଗରରେ ସୁରକ୍ଷା ବଳ ଉପରେ ଆତଙ୍କୀ ଆକ୍ରମଣ

ସତ୍ୟଶିଖା (ଶ୍ରୀନଗର) ୨୬/୧୧/୨୦୨୦ :   କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ଗୁରୁବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ୨ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ସେଠାରୁ ଫେରାର ଯାଇଥିଲେ । ସମ୍ପ୍ରତି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସର୍ଚ୍ଚ ଅପରେସନ ଚାଲିଛି ।
କାଶ୍ମୀରର ଆଇଜି କହିଛନ୍ତି ଯେ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଛନ୍ତି। ସେ କହିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ଆମେ ଏହି ଆକ୍ରମଣ ପଛରେ କେଉଁ ଆତଙ୍କବାଦୀଙ୍କ ହାତ ଅଛି ତାହା ସ୍ପଷ୍ଟ କରିବୁ । ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଏହି ୩ ଜଣଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର । ଏହି ତିନିଜଣ ଆକ୍ରମଣ କରିବା ପରେ ଏକ କାରରେ ଖସି ପଳାଇବାରେ ସଫଳ ହୋଇଥିଲେ ।

Show More
Back to top button