

ସତ୍ୟଶିଖା (ଭଦ୍ରକ) ୦୮/୦୧/୨୦୨୧ : ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଭଦ୍ରକ ତିହିଡି ବଜ଼ାରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଘର ପୋଡିଜଳି ପାଉଁଶ ହୋଇଯାଇଛି । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ବିଳମ୍ବରେ ପହଞ୍ଚିଥିଲେ । କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ବହୁ ଦୋକାନ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଅଗ୍ନିକାଣ୍ଡରେ ଦୋକାନମାନଙ୍କରେ ବ୍ୟାପକ ଧନ ସମ୍ପତି ନଷ୍ଟ ହୋଇଥିବାର ସୂଚନା ମଲିଛି l