ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ

ସତ୍ୟଶିଖା (ଭଦ୍ରକ ) ୧୦/୦୨/୨୦୨୧ : ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଜଳୁଥିବାର ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ତିନିଟି ଗାଡି ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି । ବସ୍ ଭିତରେ ଶୋଇଥିବା ବସର କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ଦୌଡି ପଳାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

Show More
Back to top button