ନ୍ୟୁଜ୍
ଖୋର୍ଦ୍ଧା ବେଗୁନିଆରେ ଭୟଙ୍କର ବିସ୍ଫୋରଣ ।


ସତ୍ୟଶିଖା ୧୬ .୦୮.୨୦୨୦ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମୁକୁନ୍ଦପୁରରେ ଭୟଙ୍କର ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ମୁକନ୍ଦପୁର ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ଉଡିଗଲା ଘରର କାନ୍ଥ । ଆଖ ପାଖର ଘର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ମୃତାହତର କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ବାଣ ତିଆରି କରିବା ପାଇଁ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିବା ଗାଁରେ ଚର୍ଚା ହେଉଛି ।