ରାସୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ ; ୬ ଶ୍ରମିକ ମୃତ

ସତ୍ୟଶିଖା( ଗୁଜରାଟ )୧୧.୦୪.୨୦୨୨ :  ଗୁଜରାଟର ଭରୁଚ ଜିଲାରେ ସୋମବାର ଏକ ରାସୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି କାରଖାନାଟି ଦାହେଜ ଶିଳ୍ପାଞ୍ଚଳରେ ଅବସ୍ଥିତ। ଏହା ଅହମଦାବାଦରୁ ୨୩୫ କିଲୋମିଟର ଦୂର।
ଭରୁଚ ପୁଲିସ କହିବାନୁଯାୟୀ, କାରଖାନାରେ ଉକ୍ତ ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ପ୍ରାୟ ରାତି ୩ଟା ସମୟରେ ହଠାତ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି।

Exit mobile version