ଅପରାଧରାଜ୍ୟ

ଭଡ଼ା ଦେବ କହି ବନ୍ଧା ପକାଉଥିଲା, ଏକାଥରେ ଜବତ ହେଲା ୧୦ ଗାଡ଼ି

ସତ୍ୟଶିଖା(ଭୁବନେଶ୍ୱର ) ୧୮.୦୮ .୨୦୨୧:  ଲକଡାଉନ୍‌ ସମୟରେ ପ୍ରସ୍ତୁତ କରିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟାର୍ଗେଟ ରହୁଥିଲେ କାର୍‌ ମାଲିକ । ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହିତ କୋର୍ଟ ଏଗ୍ରିମେଣ୍ଟ କରୁଥିଲା । ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବ କହି ଗାଡି ନେଇଯାଉଥିଲା । ହେଲେ ମାତ୍ର ମାସ୍‌କର ଟଙ୍କା ଦେବା ପରେ ଆରମ୍ଭ କରୁଥିଲା ନିଜ ଗେମ୍‌ ପ୍ଲାନ୍‌ । ଗାଡ଼ିକୁ ବନ୍ଧା ପକାଇ  ଶାଗମାଛ ଦରରେ  ବିକ୍ରି କରି  ଟଙ୍କା ହଡପ କରୁଥିଲା ।

ଏପରି ଏକ ସାଂଘାତିକ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନସ ରଂଞ୍ଜନ ବିଶ୍ୱାଳଙ୍କୁ ବହୁ ଖୋଳତାଡ଼ ପରେ ଗିରଫ କରି ନୟାପଲ୍ଲି ପୁଲିସ୍‌ ।  ଅଭିଯୁକ୍ତର ଘର ବାଲେଶ୍ୱରର ସିମୁଳିଆ ଅଞ୍ଚଳରେ ହୋଇଥିବା ବେଳେ ରାଜଧାନୀର ଏକ ବସ୍ତିରେ ରହୁଥିଲା  । ତାଙ୍କ ନିକଟରୁ ପ୍ରାୟ ଦେଢ କୋଟି ଟଙ୍କାର ୧୦ଟି କାର୍‌କୁ ନୟାପଲ୍ଲୀ ପୁଲିସ ଜବତ କରିଛି  ।

ଅଭିଯୁକ୍ତ ମାନସ ଠକେଇର ଅଭିନବ ଫଣ୍ଡା ପ୍ରଯୋଗ କରି ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲା  । EMI କିସ୍ତିରୁ ବର୍ତ୍ତିବା ଲାଗି ମହାଠକ ମାନସ ଜାଲରେ ଛନ୍ଦି ହୋଇପଡିଥିଲେ ଜଣେ ପରେ ଜଣେ ଗାଡି ମାଲିକ । ଗାଡି ମାଲିକଙ୍କ ଗାଡିକୁ ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହିତ କୋର୍ଟ ଏଗ୍ରିମେଣ୍ଟ କରୁଥିଲା । ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବ କହି ସେମାନଙ୍କ ନିକଟରୁ ଗାଡି  ନେଇ ଯାଉଥିଲା  । ହାତ ଗଣତି କେତେ ଜଣ ମାଲିକଙ୍କୁ ଗୋଟିଏ ମାସର ଟଙ୍କା ଦେଲା, ଆଉ ତା’ପରେ ଲାଗୁ କରୁଥିଲା ନିଜ  ଲୁଟ ଫର୍ମୂଲା ।  ଏହାପରେ ଗାଡିକୁ ବାହାର ଜିଲ୍ଲାର ଲୋକଙ୍କ ପାଖରେ ବନ୍ଧା ପକାଇ  ଶାଗମାଛ ଦରରେ ଗାଡି ବିକ୍ରି କରି ଦେଇ ଟଙ୍କା ହଡପ କରୁଥିଲା ଅଭିଯୁକ୍ତ ।

ହେଲେ ଏହି କଳାକାରନାମା ବେଶି ଦିନ ତିଷ୍ଠି ରହିପାରିଲାନି । ପୁଲିସ୍‌ କବଜାରେ ଧରାପଡିଛି ଅଭିଯୁକ୍ତ ମାନସ ରଞ୍ଜନ ବିଶ୍ୱାଳ ।  ତା’ଠାରୁ ଦେଢକୋଟି  ଟଙ୍କାର  ୧୦ଟି କାର  ନୟାପଲ୍ଲୀ ପୁଲିସ ଜବତ କରିଛି  ।   ରାଜଧାନୀର ଏକ ବସ୍ତିରେ ରହୁଥିବା ମାନସ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏକ ଆପାର୍ଟମେଣ୍ଟରେ ରହୁଥିବାର ଭ୍ରମ ସୃଷ୍ଟି କରାଇ ଲୋକଙ୍କୁ ଠକି ଚାଲିଥିଲା । ନୟାପଲ୍ଲୀସ୍ଥିତ ଅଫିସରୁ ମାନସ ଚଳାଇଥିବା ତାର ନେଟଓ୍ୱର୍କ ଚଳାଉଥିଲା।  ଠକେଇ ମାମଲାରେ ଆଉ କିଛି ତାର ସହଯୋଗୀ ଥିବା ସନ୍ଦେହ କରାଯାଉଛି । ତେଣୁ ତାକୁ ରିମାଣ୍ଡରେ ନେଇଛି ପୁଲିସ୍‌ ।

Show More
Back to top button