

ସତ୍ୟଶିଖା ( ଭୁବନେଶ୍ୱର ) ୧୧.୦୮.୨୦୨୦ : ଆଜି ରାଜ୍ୟରେ କରୋନାରେ 10 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ରାଜ୍ୟରେ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଠିକ୍ ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ସୂଚନାନୁସାରେ, ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୩୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଲମ୍ଫ ଡିଆଁ ମାରୁଛି କରୋନା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୧୮ ହୋଇଥିବାବେଳେ ଲୋକାଲ ସଂକ୍ରମଣ ୫୨୩ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬ ରହିଥିବା ଜଣାପଡ଼ିଛି ।