ସତ୍ୟଶିଖା (ଭୁବନେଶ୍ୱର) ୨୬/୧୧/୨୦୨୦ : ଆଜି ଭାରତ ବନ୍ଦ । ଏହି ବନ୍ଦ ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ୍ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦର ଡାକରା ଦିଆଯାଇଛି । ତେବେ ବନ୍ଦ ସମୟରେ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି ।
ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଏକାଧିକ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ ଓଡ଼ିଶାରେ କଂଗ୍ରେସ ଏହାକୁ ସମର୍ଥନ କରୁଛି । ଏହି ବନ୍ଦକୁ ରାଜ୍ୟ କଂ ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଛିନ୍ତି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି ।