ସତ୍ୟଶିଖା (ଭୁବନେଶ୍ୱର) ୦୨/୦୧/୨୦୨୧ : ରାଜ୍ୟରେ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଶୀତର ପ୍ରକୋପ ସାମାନ୍ୟ କମ୍ ରହିବ । କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକ ଉପରେ ରହିବ । ଏପରି ସ୍ଥିତି ରହିବ ଜାନୁଆରୀ ୧୪ ଯାଏଁ ଲାଗି ରହିବ । ଏହାପରେ ଅର୍ଥାତ୍ ତୃତୀୟ ସପ୍ତାହରେ (୧୫-୨୧ ତାରିଖ) ଭୀଷଣ ହାଡ଼ଭଙ୍ଗା ଶୀତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟରେ ପାଗ ସାମାନ୍ୟ ପରିବର୍ତ୍ତନ ହେବ । ୫ ତାରିଖରୁ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ଏବେ ଶୀତ ପ୍ରବାହ କିଛିଦିନ କମ୍ ରହିବ ।