କେନ୍ଦ୍ରାପଡ଼ା ଜିଲ୍ଲାରେ ପାରିବାରିକ କଳହର କରୁଣ ପରିଣତି l


ସତ୍ୟଶିଖା ( କେନ୍ଦ୍ରାପଡା ) ୧୩ .୦୮.୨୦୨୦ : ପାରିବାରିକ କଳହର କରୁଣ ପରିଣତି । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଶାସନୀପଡା ଗାଁରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣଙ୍କର ମୃତ୍ୟୁ ଓ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ବ୍ରଜକିଶୋର ବେହେରା । ସୂଚନାନୁସାରେ, ଗାଁର ବିପିନ ବେହେରା ଓ ତାଙ୍କ ଭାଇ ବ୍ରଜ କିଶୋର ବେହେରାଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ ଦୀର୍ଘ ୪ ବର୍ଷ ହେବ କଳହ ଲାଗିରହିଥିଲା । ଆଜି ଏହା ଉଗ୍ର ରୂପ ଧାରଣ କରିଛି । ବିପିନଙ୍କ ଆକ୍ରମଣରେ ଉଭୟ ପରିବାରଙ୍କ ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି ।
ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ପରେ ବ୍ରଜକିଶୋରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ରାସ୍ତାରେ ବ୍ରଜକିଶୋରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଉଭୟ ପରିବାରଙ୍କ ପକ୍ଷରୁ ପାଟକୁରା ଥାନାରେ ଏତଲା ଦିଆଯାଇଛି । ବିପିନ ବେହେରା ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।