କାଳବୈଶାଖୀ ପ୍ରଭାବରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି ।

ସତ୍ୟଶିଖା : ୦୪/୦୪/୨୦୨୫: କାଳବୈଶାଖୀ ପ୍ରଭାବରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ମାତ୍ର ଦୁଇଦିନ ପରେ ତାତି ପୁଣି  ବଢ଼ିବ,ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ ।  ଗୁରୁବାର ରାଜ୍ୟର ସର୍ବାଧିକ  ତାପମାତ୍ରା ୪୦.୩ ଡିଗ୍ରୀ ସେଲସିୟସ୍‌  ବୌଦ୍ଧରେ ରେକର୍ଡ କରାଯାଇଛି ।  ଗତ ୨୪ ଘଣ୍ଟା ଭିତରେ ଦେବଗଡ଼,  ବରଗଡ଼, ନୂଆପଡ଼ା, ଫୁଲବାଣୀ,  ହୀରାକୁଦ, କେନ୍ଦୁଝର, ଝାରସୁଗୁଡ଼ା,  ସମ୍ବଲପୁର ଆଦି କିଛି ସ୍ଥାନରେ  କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ  ହୋଇଛି । ଶନିବାର ଯାଏ ରାଜ୍ୟରେ କିଛି  ସ୍ଥାନରେ ଏପରି ବର୍ଷା, ପବନ ସମ୍ଭାବନା  ରହିଛି । ରବିବାର ଓ ସୋମବାର  ପାଗ ଶୁଖିଲା ରହିବ । ମଙ୍ଗଳବାର ଓ  ବୁଧବାର ରାଜ୍ୟରେ କେତେକାଂଶରେ  କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ପୂର୍ବାନୁମାନରୁ ଜଣାପଡ଼ିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର  ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାର  ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ମାଲକାନାଗିରି, କୋରାପୁଟ,  ରାୟଗଡ଼ା, କନ୍ଧମାଳ, ବୌଦ୍ଧ,  ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼,  ମୟୂରଭଞ୍ଜ, ଢେଙ୍କାନାଳର କିଛି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ରହିଛି । ସେହିପରି  ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ, ଗଜପତି, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିର କିଛି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ଏହିସବୁ ସ୍ଥାନରେ  ୩୦ରୁ ୪୦ କିଲୋମିଟର ବେଗରେ  ପବନ ବହିବା ସହ ବଜ୍ରପାତ ଆଶଙ୍କା ଅଛି। ରବିବାର ଓ ସୋମବାର  ରାଜ୍ୟ ସାରା ପାଗ ଶୁଖିଲା ରହିବ ।

Exit mobile version