ଟିଭିରାଜ୍ୟ

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ

ସତ୍ୟଶିଖା( ଭୁବନେଶ୍ୱର )୨୧ .୦୭. ୨୦୨୨: ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି। ଏକାଧିକ ଓଡିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ସେ ଅଭିନୟ କରି ପ୍ରଶଂସା ସାଉଁଟି ନେଇଥିଲେ।

ସୂଚନାନୁଯାୟୀ , ସେ ମସ୍ତିଷ୍କ ଓ ଫୁସଫୁସ କର୍କଟ ରୋଗରେ ପୀଡିତ ଥିଲେ। ହଠାତ୍‍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ରାଜେଶ୍ୱର ଅନେକ ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି।

ରାଜେଶ୍ୱରୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’। ସେ ‘ଆରେ ସାଥୀ ଆ’,’ବ୍ଲାକମେଲ୍‍’ ଭଳି ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏହାସହ ସେ ଦେବୀ,ଉଆଁସୀ କନ୍ୟା, ତୋ ପାଇଁ ମୁଁ, ବସୁନ୍ଧରା ଭଳି ଲୋକପ୍ରିୟ ସିରିୟଲରେ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। କିଛି ଓଡିଆ ଆଲବମ୍‍  ରେ ମଧ୍ୟ ରାଜେଶ୍ୱରୀଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ୨୦୧୯ ମସିହାରେ ସେ କର୍କଟ ରୋଗରେ ପୀଡିତ ବୋଲି ଖବର ସାମ୍ନାକୁ ଆସିଥିଲା। ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

Show More
Back to top button