ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ଭାରତୀୟ କ୍ରିକେଟ ଟିମ୍ର ଜର୍ସି ଏବେ ଏମପିଏଲ ସ୍ପୋର୍ଟସ୍ ଡିଜାଇନ୍ ଓ ତିଆରି କରିବ । ବିସିସିଆଇ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏନେଇ ମଙ୍ଗଳବାର ସୂଚନା ଦେଇଚି । ବିସିସିଆଇ ମହିଳା କ୍ରିକେଟ୍ ଟିମ୍, ପୁରୁଷ ଟିମ୍ ଓ ଅଣ୍ଡର ୧୯ ଟିମ୍ର ଜର୍ସି ପାଇଁ ଏମପିଏଲ ସ୍ପୋର୍ଟସ୍ ସହ ୩ ବର୍ଷର ଚୁକ୍ତି କରିଛି । ଦଳର ନୂଆ କିଟ୍ ପ୍ରାୟୋଜକ ଭାବେ ମୋବାଇଲ୍ ପ୍ରିମିୟର ଲିଗ୍ ବା ଏମପିଏଲ ଭାରତର ସବୁଠାରୁ ବଡ ଇ-ସ୍ପୋର୍ଟସ୍ ପ୍ଲାଟଫର୍ମ ଅଟେ । ନୂଆ ଚୁକ୍ତି ଅନୁସାରେ, ଏମପିଏଲ ସ୍ପୋର୍ଟସ୍ ୨୦୨୦ ନଭେମ୍ବରରୁ ଡିସେମ୍ବର ୨୦୨୩ ଯାଏଁ ଦଳର କିଟ୍ ସ୍ପନସର୍ ରହିବ । ଏମପିଏଲ ସ୍ପୋର୍ଟସ୍ ନଭେମ୍ବର ୨୦୨୦ରେ ଅଷ୍ଟ୍ରେଲିଆ ଗସ୍ତରୁ ଚୁକ୍ତି ଅନୁସାରେ କିଟ୍ ଯୋଗାଇବ ।
ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପନସର୍ MPL
