

ସତ୍ୟଶିଖା ( କଳାହାଣ୍ଡି )୦୯/୧୦ /୨୦୨୧: କଳାହାଣ୍ଡି ଜିଲ୍ଲାରେ ପୁଣି ୧୨ ଜାଲ୍ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଧରାପଡିଲେ। ଓଟିଇଟି ସାର୍ଟିଫିକେଟ୍ ଜାଲ୍ ଥିବା ବୋର୍ଡ ସ୍ପଷ୍ଟ କରିଛି । ଜିଲ୍ଲାରେ ୧୩ ଗୋଟି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପରେ ୧୯ ଜଣଙ୍କ ସାର୍ଟିଫିକେଟ୍ ସନ୍ଦେହରେ ବୋର୍ଡକୁ ପଠାଯାଇଥିଲା । ସେଥିମଧ୍ୟରୁ ୧୨ ଜଣଙ୍କ ଜାଲ୍ ଥିବା ସ୍ପଷ୍ଟ କରିଛି ବୋର୍ଡ ।
୧୨ଟି ଜାଲ୍ ଶିକ୍ଷକ ମଧ୍ୟରେ ଭବାନୀପାଟଣାରୁ ୧, ଏମ୍.ରାମପୁରରୁ ୨, ଜୁନାଗଡରୁ ୧, କଲମପୁରରୁ ୧, ଥୁ.ରାମପୁରରୁ ୩ ଏବଂ କର୍ଲାମୁଣ୍ଡା ବ୍ଲକରୁ ୨ ଜଣ ଥିବା ଜଣାପଡିଛି । ହେଲେ ଶିକ୍ଷା ବିଭାଗ ଏହି ନକଲି ଶିକ୍ଷକମାନଙ୍କର ନାମ ଗୋପନ ରଖିଛି । ସାର୍ଟିଫିକେଟ୍ ଜାଲ୍ ହୋଇଥିବାରୁ କାହିଁକି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।