ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ବନ୍ୟଜନ୍ତୁ ଓ ହାତୀମାନଙ୍କ ସୁରକ୍ଷାକୁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ସର୍ବଦା ଗୁରୁତ୍ୱ ଦେଇ ଆସୁଛି । ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ କମ୍ପାନି ନେଇଛି । ବନ୍ୟଜନ୍ତୁ ଓ ହାତୀମାନେ ଯେଭଳି ବିଦ୍ୟୁତ୍ ଆଘାତ ଜନିତ ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲଥ) ପକ୍ଷରୁ ଭୁବନେଶ୍ୱରଠାରେ ଏକ ୨୪ ଘଣ୍ଟିଆ ହାତୀ ଯତ୍ନ ନିୟନ୍ତ୍ରଣ କକ୍ଷ ବା ଏଲିଫାଣ୍ଟ କେୟାର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ଫଳରେ ହାତୀମାନଙ୍କର ଚଳପ୍ରଚଳକୁ ଦେଖି ବିଦ୍ୟୁତ୍ ସରବରାହକୁ ବିଚ୍ଛିନ୍ନ କରାଯାଇ ପାରିବ । ଏଥିପାଇଁ ଏକ ସ୍ଵତନ୍ତ୍ର ହ୍ବାଟ୍ସଆପ୍ ଗ୍ରୁପ୍ କରାଯାଇଛି । ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କଠାରୁ ହ୍ବାଟ୍ସଆପ୍ ମେସେଜ୍ ଆଧାରରେ ହାତୀ ଯତ୍ନ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟ କରିବ ।
ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
